ସବୁ ବିରୋଧୀ ଦଳ ଏକାଠି ହୁଅନ୍ତୁ: ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ୍: ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା। ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢ଼ନ୍ତୁ: ମନମୋହନ ସାମଲ। ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ଆମେ କିଛି କହିବା ଠିକ୍‌ ନୁହେଁ।ଆମେ ଚାହୁଁଛୁ କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ । ହାଇକମାଣ୍ଡ ଏହି ନିଷ୍ପତ୍ତି ଫାଇନାଲ କରିବେ ବୋଲି ସୋମବାର ଦିନ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । ଏହାପରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଥିଲେ କି, ମେଣ୍ଟ ହେବ କି ନାହିଁ । ତାହା ଭବିଷ୍ୟତ କହିବ । ଏହି ନିଷ୍ପତ୍ତି ପୁରା ସଭାପତିଙ୍କର । ତେଣୁ ମେଣ୍ଟର ହେବାର ସମ୍ଭାବନାକୁ ଏଡାଇ ଦେଇପାରିବେ ନାହିଁ ।

Leave A Reply

Your email address will not be published.