ଛତିଶଗଡ଼ରେ ବିସ୍ଫୋରଣ; ୯ ମୃତ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ର ଏକ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ; ୯ ମୃତ, ୧୫ ଆହତ।ଶକ୍ତି ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ।ବଏଲର ବିସ୍ଫୋରଣ ହେବାରୁ ଅଘଟଣ ସୂଚନା।ଛତିଶଗଡ଼ର ସକ୍ତି ଜିଲ୍ଲାରେ ଥିବା ବେଦାନ୍ତ ଲିମିଟେଡର ଏକ ପାୱାର ପ୍ଲାଣ୍ଟରେ ଆଜି ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଏକ ବଡ଼ ଧରଣର ବଏଲର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ରୁ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ଲାଣ୍ଟ ଭିତରେ ଥିବା ଏକ ବଏଲର ଟ୍ୟୁବ୍ ହଠାତ୍ ଫାଟିଯିବାରୁ ଏହି ଭୟଙ୍କର ଶବ୍ଦ ଓ ନିଆଁ ବାହାରିଥିଲା । ଚାରିଆଡ଼େ ଧୂଆଁମୟ ହୋଇଯିବାରୁ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ । କିଛି ଶ୍ରମିକ ସେଠାରେ ଫସି ରହିଥିବା ମଧ୍ୟ ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୧୫ ରୁ ୪୦ ଜଣ ଆହତ ହୋଇଛନ୍ତି । ଅନେକଙ୍କ ଶରୀର ଗୁରୁତର ଭାବେ ପୋଡ଼ି ଯାଇଛି ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.