ମୋଦିଙ୍କ ସହ କଥାହେଲେ ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍: ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପ୍‌ ଆଲୋଚନା।୪୦ ମିନିଟ୍‌ ଧରି ବିଶ୍ବର ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା।ପଶ୍ଚିମ ଏସିଆ ସ୍ଥିତି ନେଇ ଦୁଇ ନେତାଙ୍କ ମଧ୍ୟରେ ବିଚାରବିମର୍ଶ।ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆମେରିକା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଆଲୋଚନା ହୋଇଛି । ଯୁଦ୍ଧବିରତି ଏବଂ ଇସଲାମାବାଦ ଆଲୋଚନା ବିଫଳରେ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ‘ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ଏକ ଫୋନ୍ କଲ ପାଇଲି। ଆମେ ବିଭିନ୍ନ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିଛୁ। ଆମେ ସମସ୍ତ କ୍ଷେତ୍ରରେ ଆମର ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବଦ୍ଧ।

Leave A Reply

Your email address will not be published.