ପୁରୀରେ ହଠାତ୍ ବଦଳିଗଲା ଆକାଶ ରଙ୍ଗ, ଆକାଶ ସାରା ଗୋଲାପି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଆ ନବବର୍ଷରେ ପୁରୀ ଆକାଶରେ କି ରଙ୍ଗ ଲାଗିଲା। ପୁରୀରେ ହଠାତ୍ ବଦଳିଗଲା ଆକାଶ ରଙ୍ଗ। ଆକାଶ ସାରା ଲାଲମୟ ଶ୍ରୀକ୍ଷେତ୍ର ପୁରୀ। ଉତ୍କଣ୍ଠାର ସହ ଦୃଶ୍ୟକୁ ଉପଭୋଗ କଲେ ଲୋକେ।ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଲାପୀ ଆକାଶ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ପୂର୍ବରୁ ମଧ୍ୟ ଆକାଶରଏଭଳି ରଙ୍ଗ ପରିବର୍ତ୍ତନ ଅନେକ ବାର ଦେଖାଦେଇଛି । କିନ୍ତୁ ହଠାତ ଆକାଶର ରଙ୍ଗ ଗୋଲାପୀ ହୋଇଯିବା ସମସ୍ତଙ୍କୁ ଅଭିଭୂତ କରିଛି । ସାଧାରଣତଃ ମଧ୍ୟାହ୍ନରେ ତେଜିଆନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଅନେକ ଥର ଦେଖାଯାଇଛି ।

ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । କେହି କେହି ଏହାକୁ ଭଗବାନଙ୍କ ଲୀଳା ବୋଲି କହୁଥିବା ବେଳେ କେହି ଏହାକୁ ବିଜ୍ଞାନ କାରଣ ସହ ଯୋଡ଼ିଛନ୍ତି । ଆକାଶର ଗୋଲାପୀ ରଙ୍ଗ ପରିବର୍ତ୍ତନ ପଛରେ ରହିଛି ବୈଜ୍ଞାନିକ କାରଣ । ରେଲି ସ୍କେଟରିଂ ବା ଆଲୋକ ଓ ବିକିରଣ ପାଇଁ ଏପରି ହୋଇଥାଏ । ଆଲୋକର ବିକିରଣ ପ୍ରକ୍ରିୟାରେ ଯେତେବେଳେ ସୂର୍ଯ୍ୟଙ୍କ ଆଲୋକ ସୂର୍ଯ୍ୟରୁ ବାହାରି ବାୟୁମଣ୍ଡଳର ପ୍ରବେଶ କରେ ସେତେବେଳେ ଏହା ଧୂଳି, ମାଟି ଓ କଣିକାମାନଙ୍କ ସହ ପିଟି ହୋଇ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇଥାଏ ।

Leave A Reply

Your email address will not be published.