ଓଡ଼ିଆ ନ୍ୟୁଜ୍: ଓଲଟିଲା CRPF ଗାଡ଼ି । ସମ୍ବଲପୁର-ବରଗଡ଼ ଦେଇ ଯାଇଥିବା ୫୩ ନମ୍ବର ଅତାବିରା ଦମଦାମ ପୋଲ ଉପରେ ଭାରସାମ୍ୟ ହରାଇ ବ୍ରିଜ କାନ୍ଥକୁ ପିଟି ଓଲଟି ପଡିଲା CRPF ଯବାନଙ୍କୁ ନେଇ ଯାଉଥିବା ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ଓ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ସେମାନଙ୍କୁ ପ୍ରଥମେ ଅତାବିରା ଓ ପରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । CRPF ବାଟାଲିୟନ୍ ସମ୍ବଲପୁର କ୍ୟାମ୍ପରୁ ଗାଡ଼ିଟି ବାହାରି ଛତିଶଗଡ଼ ଜଗଦଲପୁର ଅଭିମୁଖେ ଯାଉଥିଲା ।
ସେହିପରି ଗତ ଦୁଇ ଦିନ ତଳେ ବାଲେଶ୍ଵର ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ବରଯାତ୍ରୀ ଗାଡ଼ି ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲେ । ଦୁର୍ଘଟଣାରେ ୧୪ ଜଣ ଗୁରୁତର ଆହତ ହୋଇଥିଲେ । ବରଯାତ୍ରୀ ଦଳ ଏକ ବିବାହ କାର୍ଯ୍ୟରେ ଯୋଗଦେଇ କୋଲକାତାରୁ ଭୁବନେଶ୍ବର ଫେରୁଥିବାବେଳେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।