୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟରେ କରୋନା ସଂକ୍ରମଣ ଜଣାପଡିବାପରେ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର l ବିଦେଶ ଫେରନ୍ତା ଙ୍କ ପାଇଁ ଏକ ପୋର୍ଟାଲ କରି ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି l କିମ୍ବା 104 ନମ୍ବରକୁ କଲ କରି ରେଜିଷ୍ଟ୍ରେସନ କରିପାରିବେ l ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ। ଯେଉଁମାନେ ରେଜିଷ୍ଟ୍ରେସନ ନକରି ତଥ୍ୟ ଲୁଚାଇବେ ସେମାନଙ୍କ ପ୍ରତି ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଥିପାଇଁ ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ ରାଜ୍ୟ ସରକାର। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକା ଗସ୍ତ ସାରି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ l ଆଜି ଗଜପତି ସରକାରଙ୍କ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିଥିଲେ l ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି l
Thank you Shree Gajapati Maharaja ji and family members for self-registering on online portal https://t.co/dAGGzSp7jV after return from USA. Appeal everyone coming from abroad to self-register and help us in tracking & monitoring to control #Covid19 situation in #Odisha. pic.twitter.com/vu07y8m66b
— Naveen Patnaik (@Naveen_Odisha) March 17, 2020