ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ

0

ଓଡ଼ିଆ ନ୍ୟୁଜ୍: ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆଜ୍ଞାମାଳ ବିଜେ। ୩ ବାଡରୁ ବିଧି ଅନୁସାରେ ଆସିଲା ଆଜ୍ଞାମାଳ।ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟହ ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ବାହାରି ବିରାଟ ଶୋଭାଯାତ୍ରାରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ଯିବେ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତି କାନ୍ତି ରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଭୋର ୩ ଟା ୫୦ ରେ ଦ୍ବାର ଫିଟା ପରେ ମଙ୍ଗଳା ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା।ଏହାପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।

Leave A Reply

Your email address will not be published.