ଓଡ଼ିଆ ନ୍ୟୁଜ୍: ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କଲରେ ଯାହାର ତୀବ୍ରତା ୭.୪ ଥିବା ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସୈନରିକୁ ଉପକୂଳରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ବୋଲି ଆକଳନ କରାଯାଇଥିଲା । ଭୂମିକମ୍ପ ପରେ ଜାପାନ ହାଇ ଆଲର୍ଟରେ ଜାରି ହୋଇଛି । ସେପଟେ ବୁଲେଟ ଟ୍ରେନ୍ ଟଳାଚଳ ପ୍ରଭାବିତ ହୋଇଛି ।
ଜାପାନ ପାଣିପାଗ ସଂସ୍ଥା କହିଛି ଯେ ହୋକାଇଡୋ ଓ ଇୱାଟେ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି । ତେବେ ଭୂକମ୍ପ ହୋଇଥିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାପାନରେ ୭ରୁ ଅଧିକ ତୀବ୍ରତାର ଭୂମିକମ୍ପକୁ ଗମ୍ଭୀରତାର ସହ ନିଆଯାଇଥାଏ । ସେଥିପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି।ଜାପାନର ସାର୍ବଜନୀନ ପ୍ରସାରକ NHK କହିଛି ଯେ ପାଣିପାଗ ବିଜ୍ଞାନୀମାନେ ଜାପାନର ମୁଖ୍ୟ ଦ୍ୱୀପର ଉତ୍ତର ଭାଗରେ ଅବସ୍ଥିତ ଆଓମୋରି ପ୍ରିଫେକ୍ଚରର ଉପକୂଳରୁ ୫୦ କିଲୋମିଟର ଦୂରରେ ସୁନାମୀ ସ୍ପଷ୍ଟ ହୋଇଛି । ଏହି କାରଣରୁ ଜାପାନକୁ ହାଇ ଆଲର୍ଟରେ ରଖାଯାଇଛି ।