ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା JEE (ମେନ୍) ସେସନ-୨ ରେଜଲ୍ଟ। ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ। ୧୩ ନଂ ରାଙ୍କ୍ରେ ଓଡ଼ିଶାର ଭବେଶ ପାତ୍ର।୧୧ ଲକ୍ଷରୁ ଊର୍ଦ୍ଧ୍ବ ପିଲା ଦେଇଥିଲେ ସେସନ୍-୨ ପରୀକ୍ଷା। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳରେ ଅନୁସାରେ, ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏହାର ଅର୍ଥ ହେଉଛି JEE ମେନ୍ ୨୦୨୬ ସେସନ୍ ୨ରେ ୨୬ ଜଣ ପ୍ରାର୍ଥୀ ଟପ୍ପର ହୋଇଛନ୍ତି।
JEE ମେନ୍ ୨୦୨୬ ସେସନ୍ ୨ ରେଜଲ୍ଟରେ ମୋଟ ୨୬ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସାଧାରଣ ବର୍ଗର ରହିଥିବା ବେଳେ ଜଣେ EWS ବର୍ଗର ଏବଂ ଜଣେ OBC/NCL ବର୍ଗର। ଯଦି ଜଣେ ପ୍ରାର୍ଥୀ ଉଭୟ ସେସନରେ ପରୀକ୍ଷା ଦେଇଥାନ୍ତି ତେବେ, ଦୁଇଟି ସେସନ ମଧ୍ୟରୁ ଯେଉଁ ସେସନରେ ଅଧିକ ସ୍କୋର କରିଥିବେ ତାହାକୁ ଚୂଡ଼ାନ୍ତ ମେରିଟ୍ ତାଲିକା ପାଇଁ ବିବେଚନା କରାଯିବ। ଏହା ପୂର୍ବରୁ NTA ଫାଇନାଲ ଆନ୍ସର କି ପ୍ରକାଶ କରିଥିଲା। ଅବଶ୍ୟ ସେଥରୁ ଦୁଇଟି ପ୍ରଶ୍ନକୁ ହଟାଇ ଦେଇଥିଲା।