୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି

0

ଓଡ଼ିଆ ନ୍ୟୁଜ୍: ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖାଯାଇ ୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି । ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି । ତାତି ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି ଅବଧି । ଆସନ୍ତା ୨୭ ତାରିଖ ଯାଏ ଛୁଟି ଘୋଷଣା କଲା ଜିଲ୍ଲା ଶିକ୍ଷା ବିଭାଗ ।ଆସନ୍ତା ୨୭ ଯାଏ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ। ସମ୍ବଲପୁରରେ ସ୍କୁଲ ଛୁଟି ଅବଧି ୩ ଦିନ ବଢ଼ିଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୫ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି । ୨୩, ୨୪ ଓ ୨୫ ତାରିଖରେ ବନ୍ଦ ରହିବ ସବୁ ସ୍କୁଲ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏପଟେ କୋରାପୁଟରେ ୩ଦିନ ସ୍କୁଲ ଛୁଟି ଘୋଷଣା । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ପାଇଁ ତିନି ଦିନର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଲାଗୁ ହେବ।

Leave A Reply

Your email address will not be published.