ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ୍ ଉପରେ ଆଇନ୍ ମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା।ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡ଼ାଇ ଦେବୁ।ଆମେ ଯଦି ପ୍ରଶ୍ନ ପଚାରିବୁ, ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ। ଚାବି ହଜିବା କଥା ସତ୍ୟ, ଡୁପ୍ଲିକେଟ ଚାବିର ତାଲା ସହ କିଛି ସାମଞ୍ଜସ୍ୟ ନଥିଲା।ଚାବି ନଥିବା ଯୋଗୁଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା କାଟିବାକୁ ପଡ଼ିଲା। ଯଦି ଚାବି ଥିଲା ବିଜେଡି ସରକାର ରତ୍ନଭଣ୍ଡାର ଖୋଲିଲା ନାହିଁ କାହିଁକି।ରତ୍ନଭଣ୍ଡାରକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଥିବା ଲେଖିଥିଲେ ବବି।ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିଥିଲା ଲେଖିଥିଲେ।
ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ସ୍ୱରରେ ଅପପ୍ରଚାର କରାଯାଇଛି । ତାହା ଦୁର୍ଭାଗ୍ୟଜନକ । ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ । ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇପାରେ, ତାହା ଓଡ଼ିଶା ଦେଖିଲା । ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ଯେଉଁଭଳି ବିଭ୍ରାନ୍ତ କରାଗଲା । ତାହା ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।