ଆଜି ସ୍କୁଲ୍‌ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜି ସ୍କୁଲ୍‌ ଛୁଟି ନେଇ ନିଷ୍ପତ୍ତି ନିଆଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ।‘ଏସ୍‌ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ’। ‘ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ୍‌ ଛୁଟି ହେଲାଣି’। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି କହିଲେ ଗଣଶିକ୍ଷା ମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ରାଜ୍ୟରେ ଅନେକ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି । ତେବେ ରାଜ୍ୟରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା ନେଇ ଆଜି ଦିନ ନିଆଯିବ ନିଷ୍ପତ୍ତି । ଗୁରୁବାର ଦିନ ଏସଆରସିଙ୍କ ସହିତ ଗଣଶିକ୍ଷା ବିଭାଗର ଏକ ବୈଠକ ବସିବ । ଯେଉଁଥିରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ହୋଇପାରେ । ସେହିପରି ସ୍କୁଲ ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି ।

 

Leave A Reply

Your email address will not be published.