ଓଡ଼ିଆ ନ୍ୟୁଜ୍: ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡ କରାଯାଇଛି ।
୪ ଜଣ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ l ଯାହାକୁ ନେଇ ବରିଷ୍ଠ ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ନେଇ ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ସୂଚନା ଦେଇଛନ୍ତି।