ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ, ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନ ପାଇଁ ମତଦାନ। ମଇଦାନରେ ୧୪୫୨ ପ୍ରାର୍ଥୀ, ଭୋଟ୍ ଦେବେ ୩.୬୦ କୋଟି ଭୋଟର୍। ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧା ଟକ୍କର। ତାମିଲନାଡୁରେ ସମସ୍ତ ୨୩୪ ଆସନ ପାଇଁ ମଧ୍ୟ ଭୋଟିଂ ଆରମ୍ଭ। ୪ ହଜାର ୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫.୭୩ କୋଟି ଭୋଟର୍। DMK-AIADMK ଫାଇଟ୍ ମଧ୍ୟରେ ବିଜୟଙ୍କ ଉପରେ ସମସ୍ତଙ୍କ ନଜର।
ତାମିଲନାଡୁରେ ୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ । କିଛି କିଛି ଆସନରେ କଂଗ୍ରେସ ଓ ବିଜେପିର ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ କୋଲାଥୁର ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପୁକ୍ ଥିରୁଭାଲିକେନି ଆସନରୁ ଲଢୁଛନ୍ତି । ୨୦୧୧ରୁ ଷ୍ଟାଲିନ କୋଲାଥୁର ଆସନରୁ ନିର୍ବାଚନ ଲଢୁଛନ୍ତି ।
ସେହିଭଳି ଅଭିନେତା ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ତିରୁଚିରାପାଲ୍ଲୀ ଇଷ୍ଟ ଏବଂ ପେରାମବୁର ଆସନରୁ ନିର୍ବାଚନ ଲଢୁଛନ୍ତି । ଏପଟେ ଏଆଇଏଡିଏମକେ ମୁଖ୍ୟ ତଥା ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଲାନିସ୍ୱାମୀ ଇଡାପଡ୍ଡି ଆସନରୁ ଲଢୁଛନ୍ତି । ୨୦୧୧ରୁ ପାଲାନିସ୍ୱାମୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ଡିଏମକେରୁ ଓ ପନିରସେଲଭମ ବୋଦିନାୟାକାନୁର ଆସନରୁ ନିର୍ବାଚନ ଲଢୁଛନ୍ତି । ନିର୍ବାଚନର କିଛି ଦିନ ଆଗରୁ ସେ ଏଆଇଡିଏମକେରୁ ଡିଏମକେ ଆସି ସାମିଲ ହୋଇଥିଲେ ।