ହୁଗୁଳି ନଦୀରେ ନୌକା ବିହାର କଲେ ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲିକତାର ଐତିହାସିକ ହୁଗୁଳି ନଦୀରେ ନୌକା ବିହାର କରିଥିଲେ। ଏହି ସମୟରେ ସେ ନଦୀର ଦୁଇ କୂଳର ଦୃଶ୍ୟ ଉପଭୋଗ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଛନ୍ତି, ହୁଗୁଳୀ ନଦୀକୁ ପଶ୍ଚିମବଙ୍ଗ ସଂସ୍କୃତି ସହିତ ଜଡିତ । ମା ଗଙ୍ଗାଙ୍କର ବଙ୍ଗାଳୀଙ୍କ ଜୀବନରେ ଏକ ବିଶେଷ ସ୍ଥାନ ରହିଛି । ଏହା ଚଳ ପ୍ରାଚୀନ ସଭ୍ୟତା ଏବଂ ଭାବନାକୁ ନିଜ ସାଥିରେ ବାନ୍ଧି ରଖିଛି ।ପ୍ରଧାନମନ୍ତ୍ରୀ ମୋଦି ସକାଳ ସମୟରେ ଗଙ୍ଗା ନଦୀ ତଟରେ କିଛି ସମୟ ଅତିବାହିତ କରିଛନ୍ତି । ଏହାସହିତ ମା ଗଙ୍ଗାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହାସହିତ ନିଜ କ୍ୟାମେରା ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି ।

Leave A Reply

Your email address will not be published.