ଓଡ଼ିଆ ନ୍ୟୁଜ୍: ବ୍ୟବସାୟୀ ଜଣକ ଘରେ ନଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ। ୭ ଭରି ସୁନା ଓ ୩ ଲକ୍ଷ ଟଙ୍କା ଲୁଟି ନେଲେ ଚୋର। ରାୟଗଡା କଲ୍ୟାଣସିଂହପୁରର ଦାନୁ ସାହିରେ ଘଟିଛି ଏହି ବଡ଼ଧରଣ ଚୋରି ।ଶଙ୍କରଙ୍କ ପରିବାର ଲୋକେ ଏକ ଦଶାହ କାର୍ଯ୍ଯରେ ଯୋଗଦେବା ପାଇଁ ଭଞ୍ଜନଗର ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗି ଆଲମାରୀରୁ ସୁନା ଓ ଟଙ୍କା ଲୁଟି ନେଇଛନ୍ତି । ସକାଳୁ ଶଙ୍କର ଏନେଇ ପୋଲିସଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ । ରାତିରେ ପାଟ୍ରୋଲିଂ ବ୍ଯବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।