ଓଡ଼ିଆ ନ୍ୟୁଜ୍: ଏବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) । ଅନ୍ୟପଟେ ଟେନସନ ବଢାଇଛି ଆଉ ଏକ ଖବର । ଫେରୁଛି ‘ଏଲ୍ ନିନୋ’ । ବଢ଼ିବ ପ୍ରଚଣ୍ଡ ଖରା । ଓଲଟପାଲଟ ହେବ ବର୍ଷା! । ସମୁଦ୍ର ହେଉଛି ଗରମ ।
ବିଶ୍ୱ ପାଣିପାଗ ସଂସ୍ଥା (WMO) ଅନୁଯାୟୀ, ମେରୁ ଜୁଲାଇ ମଧ୍ୟରେ ‘ଏଲ୍ ନିନୋ’ ଆରମ୍ଭ ହୋଇପାରେ। ସମୁଦ୍ର ପୃଷ୍ଠର ତାପମାତ୍ରା ଖୁବ୍ ଶୀଘ୍ର ବଢ଼ୁଥିବାରୁ ଏହାର ଆଶଙ୍କା ଦେଖାଦେଇଛି। ପ୍ରଭାବରେ ପୃଥିବୀର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ଅନୁଭୂତ ହେବ। ଯେତେବେଳେ ପ୍ରଶାନ୍ତ ମହାସାଗରର ପାଣି ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ହୋଇଯାଏ, ସେହି ଅବସ୍ଥାକୁ ‘ଏଲ୍ ନିନୋ’ କୁହାଯାଏ। ଏହା ସାରା ଦୁନିଆର ପାଣିପାଗକୁ ବଦଳାଇ ଦିଏ।