ଆଜିଠୁ ଖରା ଛୁଟି ଆରମ୍ଭ

0

­ଓଡ଼ିଆ ନ୍ୟୁଜ୍: ଆଜିଠୁ ରାଜ୍ୟରେ ଗ୍ରୀଷ୍ମ କାଳୀନ ଛୁଟି ଆରମ୍ଭ।ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘୋଷଣା କଲା ଗଣଶିକ୍ଷା ବିଭାଗ। ଚଳିତ ବର୍ଷ ବର୍ଷ ୯ ଦିନ ପୂର୍ବରୁ ସ୍କୁଲ ଛୁଟି ହୋଇଛି। ହ୍ବାଟ୍ସଆପ୍‌ ଜରିଆରେ ଘରେ ରହି ପାଠ ପଢିବେ ପିଲା। ଜୁନ୍‌ ୧୭ରୁ ସ୍ବାଭାବିକ ଢଙ୍ଗରେ ହେବ ପାଠପଢ଼ା।

ଛୁଟି ସମୟରେ ପିଲାଙ୍କର ପାଠପଢ଼ା ଯେପରି କ୍ଷତି ନହୁଏ ସେଥିଲାଗି ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ତଥା ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାର୍ଯ୍ୟ ପୂର୍ବପରି ଜାରି ରହିବ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ମେ’୬ରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମକାଳୀନ ଛୁଟି ରହିଛି ।

Leave A Reply

Your email address will not be published.