ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ ପ୍ରଚାର। ବଗଡାରେ ରୋଡ୍ ଶୋ’ ଓ ରାଜାରହାଟରେ ବିଶାଳ ସମାବେଶରେ ଯୋଗଦେବେ ସିଏମ୍।ବଙ୍ଗରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ କରିବେ ସ୍ୱତନ୍ତ୍ର ଆଲୋଚନା। ବିଜେପି ପ୍ରାର୍ଥୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ନିର୍ବାଚନୀ ରଣନୀତିର ଦେବେ ଗୁରୁମନ୍ତ୍ର।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବଗଡ଼ାରେ ରୋଡ୍ ଶୋ କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜାରହାଟରେ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ସେହିପରି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ କରି ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ । ସେଠାରୁ ଓଡ଼ିଶା ଫେରିବା ପରେ ସିଧାସଳଖ ନିଜ ଜନ୍ମ ମାଟି କେନ୍ଦୁଝର ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ଥିବା ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ହେବେ ସାମିଲ।