ଓଡ଼ିଆ ନ୍ୟୁଜ୍: ଜାପାନର ହୋକାଇଡୋ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତିବ୍ରତା ୬.୨। ସକାଳ ପ୍ରାୟ ୫ଟା ୨୪ରେ ଭୂକମ୍ପ ଅନୁଭୂତ।ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ରବିନ୍ଦୁ ହୋକାଇଡୋର ଦକ୍ଷିଣ ଭାଗରେ ଥିବା ସାରାବେଟସୁ ନିକଟରେ ଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ପ୍ରାୟ ୮୦ ରୁ ୮୩ କିଲୋମିଟର ଗଭୀରରେ ଏହି କମ୍ପନ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ପରେ କୌଣସି ପ୍ରକାରର ସୁନାମି ସତର୍କତା ଜାରି କରାଯାଇ ନାହିଁ। ହୋକାଇଡୋର ବିଭିନ୍ନ ସହର ସମେତ ପଡ଼ୋଶୀ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ଧନଜୀବନ ହାନିର ଖବର ମିଳିନାହିଁ। କିନ୍ତୁ କିଛି ସ୍ଥାନରେ ଭୂସ୍ଖଳନ ଏବଂ ପଥର ଖସିବାର ଆଶଙ୍କା ଥିବାରୁ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।