ମାଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମାଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା। ବାସଭବନ ଉପରେ ଆତଙ୍କୀ ଆକ୍ରମଣ ବେଳେ ମୃତ।ବିଚ୍ଛିନ୍ନତାବାଦୀ ଓ ଅଲ-କାଏଦା ଆତଙ୍କୀଙ୍କ ଆକ୍ରମଣରେ ମୃତ।ସୂଚନା ଅନୁସାରେ ଏହି ଆକ୍ରମଣ କାର ବୋମା ବିସ୍ଫୋରଣରେ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କାମରା ରହୁଥିବା ଅଞ୍ଚଳକୁ ଜୁଣ୍ଟାର ଗଡ଼ ବୋଲି କୁହାଯାଏ। ଅଧିକାରୀକ ସୂତ୍ର ଓ ସମ୍ବାଦସରବରାହ ସଂସ୍ଥା ଆନାଦୋଲୁ ଅନୁସାରେ ଏହା ଏକ ସୁନିୟୋଜିତ ଅଭିଯାନ ଥିଲା। ଏଥିରେ ରାଜଧାନୀ ବାମାକୋ, ସେଭାରେ, ମୋପ୍ତି, ଗାଓ ଏବଂ କିଦାଲ ଭଳି ରଣନୈତିକ ସ୍ଥାନକୁ ଆତଙ୍କବାଦୀ ଟାର୍ଗେଟ୍ କରିଛନ୍ତି।

କୁହାଯାଉଛି ଦୁଇଟି ସଙ୍ଗଠନ ମିଳିତ ମାଲି ରକ୍ଷାମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏହି ସଙ୍ଗଠନ ଦ୍ୱୟ ହେଉଛନ୍ତି ଅଜାୱାଦ ଲିବରେସନ ଫ୍ରଣ୍ଟ ଓ ଗ୍ରୁପ ଫର ଦି ସପୋର୍ଟ ଅଫ ଇସ୍ଲାମ ଆଣ୍ଡ ମୁସଲିମ। ଘଟଣା ପରେ ମାଲିର ବିଭିନ୍ନ ଅଞ୍ଚଳରେ ସେନା ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ବାମାକୋର ମୁଖ୍ୟ ବିମାନ ବନ୍ଦର ଓ କାଟିରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବାସଭନ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା।

Leave A Reply

Your email address will not be published.