ଓଡ଼ିଆ ନ୍ୟୁଜ୍: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍।ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ।ବସ୍ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍, ଉଦ୍ଧାର କାର୍ଯ୍ୟ ଜାରି। ନୟାଗଡ଼ ଖଣ୍ଡପଡ଼ା ରାସ୍ତାର ଖେଡପଡ଼ା ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।
୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ ଏକ ଘରୋଇ ବସ୍ ରାକମାରୁ ନୟାଗଡ଼ ଆସୁଥିଲା । ବସ୍ଟି ଠିକ୍ ଠାକ୍ ଯାତ୍ରା କରୁଥିଲା । ହେଲେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଖେଡ଼ପଡ଼ା ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରେ କିଛି ଆହତ ହୋଇଥିଲା । ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।