କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ NIA ଟିମ୍‌

0

ଓଡ଼ିଆ ନ୍ୟୁଜ୍: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଲେ NIA ଟିମ୍‌। ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା।ଭୁବନେଶ୍ୱର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ଟିମ୍ ଛାନ୍‌ଭିନ୍‌ ଜାରି ରଖିଛି । ବିସ୍ଫୋରଣ ଘଟଣାରେ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି ସ୍ୱତନ୍ତ୍ର ଟିମ୍ ।

ଭୁବନେଶ୍ୱର ଆଜାଦଗନର ବିସ୍ଫୋରଣ ଘଟଣାର NIA ଟିମ୍ ଛାନ୍‌ଭିନ୍‌ କରୁଛି । ଏହିକ୍ରମରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି NIA ଟିମ୍ । ମଙ୍ଗଳବାର NIA ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରିଛି । ଏହାପରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେହିପରି ପୂର୍ବରୁ ମଧ୍ୟ ଏହି ଘଟଣାରେ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି କରିଛି । ସେହେନବାଜଙ୍କ ସହ ସଂପର୍କ ଥିବା ୫ ଜଣଙ୍କୁ ଜେରା କରିଛି । ସାକ୍ଷୀଙ୍କୁ ପଚରାଉଚରା ପରେ ପ୍ରମାଣ ଏକାଠି ପାଇଁ NIA ଆରମ୍ଭ କରିଛି ପ୍ରକ୍ରିୟା । ତଦନ୍ତ ଜାରି ରହିଥିବାରୁ ପୁରା ତଥ୍ୟ ଗଣମାଧ୍ୟମ ଠାରୁ ଦୂରରେ ରଖାଯାଇଛି । କିନ୍ତୁ RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

Leave A Reply

Your email address will not be published.