ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଖୁବ୍ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ। ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ‘ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ’। ନିଗମ ଓ ବୋର୍ଡରେ ନିଯୁକ୍ତି ହେବ କହିଲେ ମନମୋହନ ସାମଲ। ‘ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି’। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ- ମନମୋହନ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମନମୋହନ।’କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ’।’ଯେତେବେଳେ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହିଁ ହେବ’। ସଂକଳ୍ପ ପତ୍ରରେ ଯେଉଁକଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ।
ସେ କହିଛନ୍ତି ଯେ, ଜୁନ ୧୨ରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖାଲି ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି କରାଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ।