ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି:ଭକ୍ତ ଦାସ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ଭକ୍ତ ଦାସ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ସ୍ପଷ୍ଟ କଲେ ପିସିସି ସଭାପତି।ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍‌ରେ ଲଢ଼ିବ କଂଗ୍ରେସ।‘ବିଜେଡି ସହ ଏକ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବନି କଂଗ୍ରେସ’। ବିଧାନସଭା ନିର୍ବାଚନ ବେଳକୁ ହାଇକମାଣ୍ଡ ଚାହିଁଲେ ବୁଝାମଣା ହୋଇପାରେ।

ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି । ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପିସିସି ସଭାପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢିବ କଂଗ୍ରେସ । ନିଜ ଦମ୍ରେ ଲଢିବ ବୋଲି ପିସିସି ସଭାପତି କହିଛନ୍ତି । ବିଜେଡି ସହ ଏକା ହୋଇ ଲଢିବନି କଂଗ୍ରେସ।

Leave A Reply

Your email address will not be published.