ଓଡ଼ିଆ ନ୍ୟୁଜ୍: କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନର ସହାୟତା। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଗଲା।ଏଥିସହ ରେଡ୍କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ। ଡେଥ୍ ସାର୍ଟିଫିକେଟ ଓ ଲିଗାଲ୍ ହେୟାର ସାର୍ଟିଫିକେଟ ପ୍ରଦାନ କରାଗଲା। ଫାଷ୍ଟ ଟ୍ରାକ୍ ମୋଡ୍ରେ ମେଡିକାଲ ଅଫିସର ପହଞ୍ଚି ପ୍ରଦାନ କଲେ। ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ଥିତିକୁ ପୁନର୍ବାର ସାମ୍ନା ନ କରନ୍ତି ତଦାରଖ ନିର୍ଦ୍ଦେଶ। ଗ୍ରାମାଞ୍ଚଳରେ ସରକାରୀ ଓ ବ୍ୟାକିଂ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ। ଏହି ଅଭାବନୀୟ ଘଟଣା ପଛରେ କାହାର ଅବହେଳା ଅଛି ନା ନାହିଁ ଜଣାନ୍ତୁ- ସିଏମ୍। ଅସୁବିଧାକୁ ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ।
ଏହି ଘଟଣା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା। ଯାହା ପରେ ମଙ୍ଗଳବାର ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।ସେପଟେ ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେହିଭଳି ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘‘ଦାନ ମାଝୀଙ୍କ ପରେ ଏହା ରାଜ୍ୟରେ ଦ୍ବିତୀୟ ଘଟଣା। ଏମିତି ଘଟଣା ଆଗକୁ ନଘଟୁ।’’ ସେ ଆହୁରି କହିଛନ୍ତି, ‘‘ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ, ଯେମିତି ଆଉ କେହି ଏମିତି କରିବା ପାଇଁ ସାହସ ନକରିବ ।