ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍: ଶ୍ବଶୁର ଘରେ ନିଆଁରେ ପୋଡ଼ି ହୋଇ ଗୁରୁତର ଯୁବକଙ୍କ ମୃତ୍ୟୁ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣି ଇଚ୍ଛାପୁର ଗ୍ରାମବାସୀଙ୍କ ରାସ୍ତାରୋକ। ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ। ସ୍ତ୍ରୀ, ସ୍ତ୍ରୀର ପ୍ରେମିକ ଓ ଶାଶୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାର।ଅଟକି ରହିଛି ଶହ ଶହ ସଂଖ୍ୟକ ଗାଡି ମଟର । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସ୍ଥାନୀୟ ଖେରଙ୍ଗ ପଞ୍ଚାୟତର ସନ୍ତୋଷ ଦାସ ନିକଟସ୍ଥ ଜଳେଶ୍ବରପୁର ପଞ୍ଚାୟତରେ ୧୦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ସନ୍ତୋଷ ବାହାର ରାଜ୍ୟରେ ରହି କାମ କରନ୍ତି । ଏହାର ସୁଯୋଗ ନେଇ ପତ୍ନୀ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଥିବା ନେଇ ସନ୍ତୋଷ ସନ୍ଦେହ କରୁଥିଲେ । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉକ୍ତ ଘଟଣାକୁ ନେଇ ପତ୍ନୀ କିଛି ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ ।

Leave A Reply

Your email address will not be published.