ଓଡ଼ିଆ ନ୍ୟୁଜ୍: ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ବାବା ବିଶ୍ୱନାଥଙ୍କ ବିଶେଷ ପୂଜାର୍ଚ୍ଚନା କରିଛନ୍ତି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ଅନୁଷ୍ଠାନ ପରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲାମାନଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଥିଲେ। ବିଶ୍ୱନାଥ ଧାମରେ ଭକ୍ତିମୟ ପରିବେଶ।ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିର ପରିସରରେ ପ୍ରବେଶ କରିବା ସମୟରେ ବେଦମନ୍ତ୍ର ଏବଂ ଡମରୁ ବାଦନରେ ପୂରା ପରିବେଶ ଉଛୁଳି ପଡ଼ିଥିଲା। ପୁଜାରୀମାନଙ୍କ ଗହଣରେ ସେ ଗର୍ଭଗୃହକୁ ଯାଇ ବାବା ବିଶ୍ୱନାଥଙ୍କ ଜ୍ୟୋତିର୍ଲିଙ୍ଗ ସମ୍ମୁଖରେ ବସିଥିଲେ।ଷୋଡ଼ଶୋପଚାର ପୂଜା:ମନ୍ଦିରର ବିଶେଷ ପୂଜାରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସଂକଳ୍ପ କରାଯାଇଥିଲା। ଏହାପରେ ଗଙ୍ଗାଜଳ, ଦୁଗ୍ଧ, ହଳଦୀ ଜଳ ଏବଂ ଅକ୍ଷତରେ ବାବାଙ୍କ ଅଭିଷେକ କରାଯାଇଥିଲା।ଆଳତି ଓ ପ୍ରଦକ୍ଷିଣା:ପୂଜା ଶେଷରେ ସେ ପଞ୍ଚଦୀପରେ ବାବାଙ୍କ ଆଳତି କରିବା ସହ ମନ୍ଦିର ପ୍ରଦକ୍ଷିଣା କରିଥିଲେ।ସମ୍ମାନ:ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ତ୍ରିଶୂଳ, ଡମରୁ ଏବଂ କାଶୀ ବିଶ୍ୱନାଥ ମନ୍ଦିରର ଏକ ପ୍ରତିକୃତି ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

ପିଲାଙ୍କ ସହ ସାକ୍ଷାତ ଓ ଜନସାଧାରଣଙ୍କ ଅଭିବାଦନ।ପୂଜା ପରେ ପିଏମ ମୋଦୀ କାଶୀର କୁନି କୁନି ପିଲାମାନଙ୍କୁ ଭେଟିଥିଲେ। ପିଲାମାନଙ୍କ ଗହଣରେ ସେ ବେଶ୍ ଖୁସି ଜଣାପଡ଼ୁଥିଲେ। ଏହାପୂର୍ବରୁ ସେ’ବରେକା’ (BLW) ରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ରାସ୍ତାରେ ରୋଡ୍ ସୋ’ ମାଧ୍ୟମରେ ହଜାର ହଜାର କାଶୀବାସୀଙ୍କ ଅଭିବାଦନ ଗ୍ରହଣ କରିଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ଏବଂ ସାଧାରଣ ଜନତା ଫୁଲ ବର୍ଷା କରି ତାଙ୍କୁ ସ୍ୱାଗତ କରିଥିଲେ।