ବସ୍‌ ଟ୍ରକ୍ ମୁହାଁମୁହିଁ ଧକ୍କା; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍: ବଣାଇ ଚାନ୍ଦିପୋଷ ମୂଷାବିରା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ପ୍ରାଣହାନି। ବସ୍‌ଟି ରାଉରକେଲାରୁ ଯାଜପୁର ଯାଉଥିବା ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ , ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି।

ଖବର ଅନୁଯାୟୀ, ଆଜି ରାତି ପ୍ରାୟ ୮ ଟାରେ ପ୍ରମିଳା ନାମକ ଘରୋଇ ଯାତ୍ରୀବାହୀ ବସ୍ ଯାଜପୁର ଅଭିମୁଖେ ଯାଉଥିଲା। ବଣାଇ ପୂର୍ବରୁ ଚାନ୍ଦିପୋଷ ଥାନା ୧୪୩ ନମ୍ବର ଜାତୀୟ ରାଜପଥ ମୁସାବିରା ନିକଟରେ ରାସ୍ତା ଖରାପ ଥିବାରୁ ବସ ଚାଳକ ରଙ୍ଗ ରୁଟରେ ବସ୍ ନେଉଥିଲେ। ସାମ୍ନାପଟୁ ଆସୁଥିବା ଟ୍ରେଲର ଓ ବସ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବସ କଣ୍ଡକ୍ଟର ବସ୍ ହେଲପରଙ୍କ ମୃତ୍ୟୁ ହୋଇଛି।

ସେହିପରି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବଣାଇ ଅଗ୍ନିଶମ ଟିମ୍ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ୪ ଜଣଙ୍କ ମୃତଦେହ ବଣାଇ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.