ତାତିରୁ ମିଳିବ ଆଶ୍ବସ୍ତି, ପଶ୍ଚିମ ଓଡିଶାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ପାରଦ

0

ଓଡ଼ିଆ ନ୍ୟୁଜ୍: ତାତିରୁ ମିଳିବ ତ୍ରାହି। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି । ୪୪-୪୫ ଡିଗ୍ରୀ ତାତିରେ ସିଝୁଥିବା ପାରଦ ବୁଧବାର ୪୨.୪ ଡିଗ୍ରୀକୁ ଖସି ଆସିଥିଲା । ସବୁଠାରୁ ଉତ୍ତପ୍ତ ଥିଲା ବଲାଙ୍ଗୀର ସହର । ଏଠାରେ ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ ୪୨. ୫, ବୌଦ୍ଧ ୪୨. ୬, ସୋନପୁର ୪୨. ୨, ତାଳଚେର, ଅନୁଗୁଳ ୪୨. ୫, ସୁନ୍ଦରଗଡ଼, ନୂଆପଡ଼ା ୪୨ ଡିଗ୍ରୀ ତାପମାତ୍ରାରେ ସିଝିଥିଲା ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ରହିବନି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଜାରି ରହିବ । ଆସନ୍ତା ଦୁଇଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ଆଜି ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଏବଂ ଉପକୂଳରେ ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହିପାରେ ।

Leave A Reply

Your email address will not be published.