ନୟାଗଡ଼ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି

0

ଓଡ଼ିଆ ନ୍ୟୁଜ୍: ଦ୍ୱିତୀୟ ବୈଷ୍ଣୋ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା। ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ।ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସର ତଦନ୍ତ।୧୮୦ ଫୁଟର ଗୁମ୍ଫା ଭିତରକୁ ଯାଇ ଦୁର୍ବୃତ୍ତମାନେ ମା’ ପିନ୍ଧିଥିବା ସମସ୍ତ ଅଳଙ୍କାର ଚୋରି କରିନେଇଛନ୍ତି । ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଗୁରୁବାରର ଘଟଣା। ସନ୍ଧ୍ୟାରେ ପ୍ରବଳ ପବନ ଏବଂ ବର୍ଷା ପ୍ରଭାବରୁ ଲାଇନ ନଥିଲା । ଫଳରେ ସିସି କ୍ୟାମେରା ବି ବନ୍ଦ ହୋଇଯାଇଥିଲା । ଏହାର ପୂରା ସୁଯୋଗ ନେଇଥିଲେ ଚୋର। ଅନ୍ଧାରର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଚୋର । ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ମା’ ବୈଷ୍ଣୋଦେବୀଙ୍କ ସମସ୍ତ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ମା’ ବୈଷ୍ଣୋଦେବୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଭକ୍ତଙ୍କ ଦ୍ୱାରା ଦିଆଯାଇଥିଲା ଏହି ସମସ୍ତ ସୁନା ଅଳଙ୍କାର । ହେଲେ ଏବେ କଳାକନା ବୁଲାଇବା ପରେ ଗୁମ୍ଫା ଭିତର ଯେମିତି ଶ୍ରୀହୀନ ହୋଇଯାଇଛି । ବଡ଼ କଥା ହେଉଛି ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ଚକମା ଦେଇ ଚୋରି ହୋଇଛି । ଚୋର ସ୍ଥାନୀୟ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି l ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.