ଓଡ଼ିଆରେ ମିଳିବ ମାଟ୍ରିକ୍‌ ସାର୍ଟିଫିକେଟ୍

0

ଓଡ଼ିଆ ନ୍ୟୁଜ୍: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ସୂଚନା।ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ମିଳିବ ମାଟ୍ରିକ୍‌ ସାର୍ଟିଫିକେଟ୍।ଉଭୟ ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍। କାଲି ଅପରାହ୍ଣରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।ପ୍ରଥମ ଥର ପାଇଁ ଓଡ଼ିଆରେ ଲିଖିତ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟ ପାଇବେ, ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ମାନେ। ଆସନ୍ତା କାଲି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଆସନ୍ତାକାଲି ସେମାନଙ୍କର ବହୁ ପ୍ରତିକ୍ଷିତ ରେଜଲ୍ଟ ପ୍ରକାଶ ପାଇବ। ଯଦିଓ ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ, କିନ୍ତୁ ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟ, www.bseodisha.ac.in ଏବଂ www.bseodisha.nic.in ରେ ଲଗ ଇନ କରି ପାରିବେ। ସେହିପରି sms ଜରିଆରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ସେଥିପାଇଁ ପରୀକ୍ଷାର୍ଥୀ ମାନେ OR 10 ପରେ ରୋଲ ନମ୍ବର ଲେଖି 5676750 କୁ sms କଲେ ରେଜଲ୍ଟ ପାଇ ପାରିବେ।

Leave A Reply

Your email address will not be published.