ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଅଫିସିଆଲ ସାଇଟ୍ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହାସହିତ ଛାତ୍ରଛାତ୍ରୀ ଡିଜିଲକର ଏବଂ ଉମଙ୍ଗ ଆପ୍ ଜରିଆରେ UID କିମ୍ବା ଇଣ୍ଡେକ୍ସ ନମ୍ବର ଦେଇ ନିଜର ୧୦ମ ଏବଂ ୧୨ଶ ପରୀକ୍ଷାଫଳ ଚେକ୍ କରିପାରିବେ । ପ୍ରଥମେ cisce.org ୱେବସାଇଟକୁ ଯିବାକୁ ହେବ ।ଏହାପରେ ହୋମପେଜରେ ICSE କିମ୍ବା ISCର ରେଜଲ୍ଟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ନିଜର ରୋଲ ନମ୍ବର କିମ୍ବା ୟୁନିକ ଆଇଡି ଏବଂ ଅନ୍ୟ ଆବଶ୍ୟକ ସୂଚନା ଦିଅନ୍ତୁ ।ସବମିଟ୍ ବଟନରେ କ୍ଲିକ ରି ନିଜର ରେଜଲ୍ଟ ସ୍କ୍ରିନରେ ଦେଖିବାକୁ ମିଳିବ ।ଏହାପରେ ଡାଉନଲୋଡ କରି ପିଡିଏଫ ପ୍ରଣ୍ଟଆଉଟ କାଢି ରଖନ୍ତୁ ।ସୂଚନାଯୋଗ୍ୟ, ICSE ୧୦ମ ପରୀକ୍ଷା ୧୭ ଫେବ୍ରୁଆରୀରୁ ୩୦ ମାର୍ଚ୍ଚ ଯାଏଁ ଚାଲିଥିଲା । ସେହିପରି ISC ପରୀକ୍ଷା ୧୨ ଫେବ୍ରୁଆରୀରୁ ୩ ଏପ୍ରିଲ ଯାଏଁ ଚାଲିଥିଲା ।