ଓଡ଼ିଆ ନ୍ୟୁଜ୍: ଦେଶରେ ବଢ଼ିଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର। ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୯୯୩ ଟଙ୍କା ବୃଦ୍ଧି। ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ। ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୩୦୭୧ ଟଙ୍କା ୫୦ ପଇସା।ସରକାର ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୯୩ ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି । ଏହି ଦରବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୩ ହଜାର ଟଙ୍କା ଅତିକ୍ରମ କରିଛି । କିନ୍ତୁ ଅନ୍ୟ ଦିଗରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଏଥିରେ କୌଣସି ବୃଦ୍ଧି କରାଯାଇ ନାହିଁ ।
ରିପୋର୍ଟ ଅନୁସାରେ,୧୯ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ରେଟ୍ ବଢିବା ପରେ ଦିଲ୍ଲୀରେ ଗୋଟିଏ କମର୍ସିଆଲ ସିଲିଣ୍ଡର ଦାମ୍ ୩୦୭୧ ଟଙ୍କା ୫୦ ପଇସା ହୋଇଯାଇଛି । ଏପ୍ରିଲ ୧ ତାରିଖରେ ଏହାର ଦାମ୍ ୨୦୭୮ ଟଙ୍କା ୫୦ ପଇସା ଥିଲା । ଅର୍ଥାତ ମେ ୧ରୁ ଦାମ୍ ୯୯୩ ଟଙ୍କା ବଢିଯିବ ।ଏହି ଦରବୃଦ୍ଧି ପରେ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟର ଖର୍ଚ୍ଚ ବଢିଯିବ । ଫଳରେ ଗ୍ରାହକଙ୍କୁ କିଛି କିଣିବା ପାଇଁ ଅଧିକ ଟଙ୍କା ବିଲ୍ ବାବଦରେ ଦେବାକୁ ପଡିବ । ଏହାସହ ଷ୍ଟ୍ରିଟ୍ ଫୁଡ୍ ଦାମ୍ ମଧ୍ୟ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।