ଓଡ଼ିଆ ନ୍ୟୁଜ୍: EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। EPF ପେନସନ୍ ହଜାରେରୁ ବଢ଼ି ହେଇପାରେ ୭୫୦୦ ଟଙ୍କା। ଏବେ ଇପିଏଫ୍ ରେ ପେନସନ୍ ୧୦୦୦ ଟଙ୍କା ଥିବା ବେଳେ ତାହା ୭.୫ ଗୁଣା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ଯଦି, ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ ତାହେଲେ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍ ରାଶି। ରିପୋର୍ଟ ଅନୁସାରେ, ସରକାର ଇପିଏଫ-୯୫ ପେନସନ୍ ରାଶିକୁ ବୃଦ୍ଧି କରି ୭୫୦୦ ଟଙ୍କା କରିବା ପାଇଁ ବିଚାର କରୁଛନ୍ତି । ଏନେଇ ପୂର୍ବରୁ ଅନେକ ଦାବି ହୋଇଛି । ଏହାବ୍ୟତୀତ ପିଏଫ୍ ଖାତାକୁ ପୁଣି ଥରେ ଆକ୍ଟିଭ୍ କରିବା ପାଇଁ ପ୍ରୋସେସ୍ ଆରମ୍ଭ ହୋଇପାରେ ।
ଦୀର୍ଘଦିନ ଧରି ଅନେକ ଶ୍ରମିକ ସଙ୍ଗଠନ ପେନସନ୍ ରାଶି ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ଏବେ ୧୦୦୦ ଟଙ୍କା ପେନସନ ମିଳୁଛି । ଯାହାକୁ ୭୫୦୦ ଟଙ୍କା କରିବା ନେଇ ଦାବି ହେଉଛି । ଅର୍ଥାତ ରାଶି ସିଧାସଳଖ ୭.୫ ଗୁଣା ବୃଦ୍ଧି ପାଇବ । ଏହାକୁ ନେଇ ସଂସଦୀୟ କମିଟି ମଧ୍ୟ ସୁପାରିଶ କରିସାରିଛି । ସରକାର ଏନେଇ ବିଚାର କରୁଛନ୍ତି । ଦୀର୍ଘଦିନ ଧରି ଅନେକ ଶ୍ରମିକ ସଙ୍ଗଠନ ପେନସନ୍ ରାଶି ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ଏବେ ୧୦୦୦ ଟଙ୍କା ପେନସନ ମିଳୁଛି । ଯାହାକୁ ୭୫୦୦ ଟଙ୍କା କରିବା ନେଇ ଦାବି ହେଉଛି । ଅର୍ଥାତ ରାଶି ସିଧାସଳଖ ୭.୫ ଗୁଣା ବୃଦ୍ଧି ପାଇବ । ଏହାକୁ ନେଇ ସଂସଦୀୟ କମିଟି ମଧ୍ୟ ସୁପାରିଶ କରିସାରିଛି । ସରକାର ଏନେଇ ବିଚାର କରୁଛନ୍ତି ।