ଓଡ଼ିଆ ନ୍ୟୁଜ୍: ଗତ ଦୁଇ ଦିନ ହେଲା କାଳବୈଶାଖୀ ଯୋଗୁ ଡହ ଡହ ଖରାରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଭଳି ସ୍ଥିତି ଆସନ୍ତା ୫ ତାରିଖ ଯାଏ ରହିବ। ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହି ୮ ଜିଲ୍ଲାରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ବର ରହିଛି। ସେହିଭଳି କାଳବୈଶାଖୀ ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ସମ୍ଭାବନା ରହିଛି। ଏହା ସହ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର