ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ।ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ରେଜଲ୍ଟ ପ୍ରକାଶ।ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ.।ଏଥର ଫର୍ମ ପୂରଣ କରିଥିଲେ ୫,୪୪,୬୭୦। ପରୀକ୍ଷା ଦେଇଥିଲେ ୫,୩୬,୩୦୬ ପରୀକ୍ଷାର୍ଥୀ।ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪.।ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧। ମାଟ୍ରିକ୍ ପରୀକ୍ଷା ଫଳରେ ଝିଅଙ୍କ ବାଜିମାତ୍। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ସର୍ବାଧିକ।୨ ଲକ୍ଷ ୬୩ ହଜାର ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ।୨ ଲକ୍ଷ ୫୬ ହଜାର ୨୯ ଛାତ୍ର ଉତ୍ତୀର୍ଣ୍ଣ।

ଏ୧ ଗ୍ରେଡରେ ୨,୪୫୬ ପିଲା ପାସ୍ କରିଥିବା ବେଳେ, ଏ୨ ଗ୍ରେଡରେ ୧୫,୬୮୧, ବି୧ରେ ୪୩,୫୬୫, ବି୨ରେ ୮୬,୧୦୩, ସି ଗ୍ରେଡରେ ୧,୨୯,୮୧୩, ଡି ଗ୍ରେଡରେ ୧,୪୦,୧୫୨ ଏବଂ ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୩,୩୧୦ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି।

ତେବେ ଏଥର ମାଟ୍ରିକ ପରୀକ୍ଷାରେ ଝିଅଙ୍କ ବାଜିମାତ ହୋଇଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ୨, ୬୩, ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ୨, ୫୬, ୦୨୯ ଛାତ୍ର ପାସ୍ କରିଛନ୍ତି । ଛାତ୍ରଛାତ୍ରୀ ବୋର୍ଡ ଓ୍ବେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ଲଗଇନ୍ କରି ଜାଣିପାରିବେ। ଏହା ସହ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣିପାରିବେସେହିଭଳି ସୋମବାର ଠାରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ ହେବ।

Leave A Reply

Your email address will not be published.