ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ। IED ବିସ୍ଫୋରଣରେ ଗୁରୁତର ୩ DRG ଯବାନ ସହିଦ୍। ରାୟପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ୍। ଛୋଟେବେଟିୟା ଜଙ୍ଗଲରେ ଘଟିଥିଲା IED ବିସ୍ଫୋରଣ। ଯବାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଖଞ୍ଜାଯାଇଥିଲା IED।ବଡ଼ କଥା ହେଲା ମାର୍ଚ୍ଚ ୩୧ରେ ନକ୍ସଲବାଦରୁ ମୁକ୍ତ ଘୋଷଣା କରାଯିବା ପରେ ରାଜ୍ୟରେ ନକ୍ସଲଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ଏହା ପ୍ରଥମ ଘଟଣା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ବିସ୍ଫୋରଣ ଛୋଟେବେଟିୟା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ହୋଇଛି। ଏହି ଅଞ୍ଚଳ ନାରାୟଣପୁର ଜିଲ୍ଲାର ସୀମା ନିକଟବର୍ତ୍ତୀ।
୩ ଯବାନ ସହିଦ
ଅଧିକାରୀ କହିଛନ୍ତି ଡିଆରଜି ଟିମ୍ ନକ୍ସଲଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ଖୋଜି ଏହାକୁ ନିଷ୍କ୍ରିୟ କରିବାକୁ ଅଭିଯାନ ଚଳାଇଥିଲେ। ଅଭିଯାନ ସମୟରେ ସୁରକ୍ଷାକର୍ମୀଙ୍କୁ ଏକ ଆଇଡି ମିଳିଥିଲା। ହେଲେ ଯବାନ ଆଇଇଡି ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ସେଥିରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଯବାନ ଗୁରୁତର ଆହତ ହୋଇଥିଲେ। ଏଥିରୁ ୩ ଜଣ ସହିଦ ହୋଇଛନ୍ତି। ଅଧିକାରୀ କହିଛନ୍ତି, ଇନ୍ସପେକ୍ଟର ସୁଖରାମ ବଟ୍ଟୀ, କନଷ୍ଟେବଲ କୃଷ୍ଣ କୋମରା ଏବଂ କନଷ୍ଟେବଲ ସଞ୍ଜୟ ଗଢ଼ପାଲେଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା