ଏମର୍ଜେନ୍ସି ଆଲର୍ଟ, ଭୟଭୀତ ହୁଅନ୍ତୁନି

0

ଓଡ଼ିଆ ନ୍ୟୁଜ୍: ମୋବାଇଲକୁ ଆସୁଛି ଏମର୍ଜେନ୍ସି ଆଲର୍ଟ, ଭୟଭୀତ ହୁଅନ୍ତୁନି। ଏଭଳି ମେସେଜକୁ ଅଣଦେଖା କରିବାକୁ ଟେଲିକମ ବିଭାଗର ସୂଚନା।ଜରୁରୀକାଳୀନ ସ୍ଥିତିରେ ଆସିବ ଏଭଳି ମେସେଜ୍ ହଠାତ୍ ଜୋରଦାର ଶବ୍ଦରେ ବାଜି ଉଠିଲା। ସ୍କ୍ରିନରେ “ଏମର୍ଜେନ୍ସି ସିଭିୟର ଆଲର୍ଟ” ଲେଖାଥିବା ଦେଖି ଅନେକ ୟୁଜର୍ସ ଭୟଭୀତ ହୋଇଯାଇଥିଲେ। କେତେକ ଭାବିଲେ ଯେ ସେମାନଙ୍କ ଫୋନ୍ ଖରାପ ହୋଇଯାଇଛି। ଅନେକ ଏହାକୁ ଏକ ଠକେଇ ବୋଲି ଭାବିଥିଲେ। କିନ୍ତୁ ପ୍ରକୃତ କଥା ଭିନ୍ନ। ଏହା ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ଏକ ସରକାରୀ ପରୀକ୍ଷାମୂଳକ ବାର୍ତ୍ତା। ଦୂରସଂଚାର ବିଭାଗ ସାରା ଦେଶରେ Wireless Emergency Alert ସିଷ୍ଟମର ପରୀକ୍ଷା କରୁଛି। ଏହାର ଉଦ୍ଦେଶ୍ୟ – ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ସୂଚନା ପ୍ରଦାନ କରିବା।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ପଠାଯାଇଥିବା ଏହି ମେସେଜ୍ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, “ଭାରତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏକ ସେଲ୍ ପ୍ରସାରଣ ସେବା ଆରମ୍ଭ କରିଛି, ଯାହା ନାଗରିକମାନଙ୍କୁ ତୁରନ୍ତ ବିପର୍ଯ୍ୟୟ ସୂଚନା ପାଇବାକୁ ସକ୍ଷମ କରିବ। ସଚେତନ ନାଗରିକ, ସୁରକ୍ଷିତ ଦେଶ। ଏହି ମେସେଜ୍ ପାଇବା ପରେ ଜନସାଧାରଣଙ୍କୁ କୌଣସି ପଦକ୍ଷେପ ନେବାର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା। – ଭାରତ ସରକାର।”

Leave A Reply

Your email address will not be published.