ମହାନଦୀ ଜଳ ବିବାଦ: ୩୦ରେ ପରବର୍ତ୍ତୀ ଶୁଣାଣି

0

ଓଡ଼ିଆ ନ୍ୟୁଜ୍: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି।ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ଅବଗତ କରାଗଲା।ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କଲେ। ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଗଲା। ଓଡ଼ିଶା ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ। ମେ ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ।

ଗତ ୨୦ ଏପ୍ରିଲ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ମହାନଦୀ ଜଳ କୁ ନେଇ ସହମତି ଭିତ୍ତିକ ପ୍ରସଙ୍ଗ ଚୂଡ଼ାନ୍ତ କରିବା ପାଇଁ ଶେଷ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ, ଦୁଇ ରାଜ୍ୟ ପ୍ରସଙ୍ଗ ନିର୍ଣ୍ଣୟ କରିବାରେ ଯଦି ସକ୍ଷମ ନ ହୁଅନ୍ତି ତେବେ ଟ୍ରିବ୍ୟୁନାଲ ଯୋଗ୍ୟତା ଅନୁସାରେ ଆଗାମୀ ପ୍ରକ୍ରିୟା ଜାରି ରଖିବେ। ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତା ରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

ସେହିପରି ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଛତିଶଗଡ଼ର ଆଗ୍ରହ ଏବଂ ପ୍ରୟାସକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ। ମୌସୁମୀ ଓ ଅଣମୌସୁମୀ ଋତୁରେ କେତେ ଜଳ ପ୍ରବାହିତ ହେଉଛି ତାହା ଆଜି ଅବଗତ କରାଯାଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି। ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଯାଇଛି। ଓଡ଼ିଶା ପକ୍ଷରୁ ଏଜି ପୀତାମ୍ଵର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମେ ୩୦ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି

Leave A Reply

Your email address will not be published.