ଜିତୁ ମୁଣ୍ଡା ଘଟଣା; ନିର୍ମଳାଙ୍କୁ ନବୀନଙ୍କ ଚିଠି

0

ଓଡ଼ିଆ ନ୍ୟୁଜ୍: ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ନବୀନ। କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପୋସି ଶାଖା ସମ୍ପର୍କରେ ଲେଖିଲେ। ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି। ଏହି ଅଭାବନୀୟ ଘଟଣା ସମଗ୍ର ଓଡ଼ିଶାରେ ଜନଭାବନାକୁ ଆଘାତ ଦେଇଛି। ଏହି ଅଭାବନୀୟ ତ୍ରୁଟି ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ। ଏହା ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସହଜ କରିବ।ଆପଣଙ୍କ ହସ୍ତକ୍ଷେପ ଦ୍ବାରା କୌଣସି ସ୍ଥାନରେ ଘଟଣାର ପୁନରାବୃତ୍ତି ହେବ ନାହିଁ। ନାଗରିକଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର ଦେଶର ଅନ୍ୟ ସ୍ଥାନରେ ହେବନି।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଏପ୍ରିଲ ୨୭ ତାରିଖରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ଆଲୋକପାତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ RBI ନିର୍ଦ୍ଦେଶାବଳୀର ଆଳ ଦେଖାଉଛି | ଏହା ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱ ବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି | ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ନବୀନ ।

Leave A Reply

Your email address will not be published.