ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍ଫେଡ୍।ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି। ୫୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୪ ଟଙ୍କା। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି।୫୪ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୮ ଟଙ୍କା। ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି। ୬୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୪ ଟଙ୍କା। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି। ୫୬ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୦ ଟଙ୍କା। ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି। ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ।
ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବହୁତ ଦିନ ଧରି ଦର ବୃଦ୍ଧି ହୋଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ଆମେ କ୍ରୟ କରିବୁ। ଯେହେତୁ ବର୍ତ୍ତମାନ ପ୍ରକ୍ରିୟାକରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି କରାଯାଇଛି। ଅନ୍ୟ ବ୍ରାଣ୍ଡେଡ୍ ସଂସ୍ଥା ଠାରୁ ଓମଫେଡ୍ ଦର ଯଥେଷ୍ଟ କମ୍। ଆଭେରେଜ ଦେଖିଲେ ଅଧା ଲିଟର ପିଛା ପ୍ରାୟ ୨ ଟଙ୍କା ବଢ଼ିଛି। କିନ୍ତୁ କ୍ୱାଲିଟି ରେ କମ୍ପରମାଇଜ କରାଯାଇ ନାହିଁ। ଚାଷୀ ଏହାଦ୍ୱାରା ଲାଭବାନ ହେବେ। ଚାଷୀଙ୍କ ଠାରୁ ଅଧିକ ମାତ୍ରାରେ କ୍ଷୀର ସଂଗ୍ରହ କରାଯିବ ବୋଲି କୁହାଯାଇଛି।