ପୁଣି ଥରିଲା ବଲାଙ୍ଗୀରି

0

ଓଡ଼ିଆ ନ୍ୟୁଜ୍: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଗୁଡଭେଲା ବ୍ଲକ ଅଞ୍ଚଳରେ ଗତକାଲି ସକାଳ ଭୋର ସମୟରେ ମୃଦୁଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ, ଏହାର ଦୃଶ୍ୟ ବର୍ତ୍ତମାନ CCTV ଫୁଟେଜ୍ ମାଧ୍ୟମରେ ସାମ୍ନାକୁ ଆସିଛି। ସେ ସମୟରେ ଅଧିକାଂଶ ଲୋକେ ଶୋଇଥିବା ବେଳେ, ହଠାତ୍ ପ୍ରାୟ ୪ ସେକେଣ୍ଡ ଧରି କବାଟ ଓ ଝରକା ଗର୍ଜନ କରିଥିଲା, ଯାହା ଭୂମିକମ୍ପର ତୀବ୍ରତାକୁ ସ୍ପଷ୍ଟ କରୁଛି।ତୁଷୁରା ସହରର ଏକ ଦୋକାନରେ ଲାଗିଥିବା CCTV କ୍ୟାମେରାରେ ଏହି ଘଟଣା କଏଦ ହୋଇଥିବା ବେଳେ, ଫୁଟେଜ୍‌ରେ ଭୂମିକମ୍ପ ସମୟର ଅସ୍ଥିରତା ସ୍ପଷ୍ଟ ଦେଖିବାକୁ ମିଳିଛି।

ଜିଲ୍ଲା ପ୍ରଶାସନ ଏହି ଭୂମିକମ୍ପକୁ ସ୍ୱୀକାର କରିଥିବା ସହ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାଗ୍ନିଚ୍ୟୁଡ୍ ରେକର୍ଡ ହୋଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳନବରଙ୍ଗପୁର ଜିଲ୍ଲା ଥିବା ସୂଚନା ମିଳିଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏପରି ତୀବ୍ରତାର ଭୂମିକମ୍ପ ସାଧାରଣତଃ କୌଣସି ବଡ଼ କ୍ଷତି କରି ନାହିଁ। ଇଷ୍ଟର୍ନ ଘାଟ ବେଲ୍ଟରେ ବଲାଙ୍ଗୀର ଅବସ୍ଥିତ ଥିବାରୁ, ଭୂଗର୍ଭର କିଛି ଫାଟ ଯୋଗୁଁ ଏହି ଭୂମିକମ୍ପ ଘଟିଥିବା ଅନୁମାନ କରାଯାଇଛି।

Leave A Reply

Your email address will not be published.