ଓଡ଼ିଆ ନ୍ୟୁଜ୍: TVK ସୁପ୍ରିମୋ ବିଜୟଙ୍କ ବଡ଼ ବିଜୟ।ପେରାମ୍ବୁର ବିଧାନସଭା କ୍ଷେତ୍ରରେ ବିଜୟୀ। ବିଜୟ ୨୫,୦୦୦ ରୁ ଅଧିକ ଭୋଟର ଲିଡ୍ ପାଇ DMK ଏବଂ AIADMKକୁ ପରାସ୍ତ କରି ତ୍ରିଚି ଇଷ୍ଟ ଆସନରୁ ବିଜୟୀ ହୋଇଛନ୍ତି। ଏହି ଆସନରୁ ଡିଏମକେର ଇନିଗୋ ଇରୁଦୟାରାଜ ବର୍ତ୍ତମାନ ବିଧାୟକ ଅଛନ୍ତି। ହେଲେ ବିଜୟ ତାଙ୍କୁ ହରାଇ ଦେଇଛନ୍ତି।
ପ୍ରଥମ କରି ନିର୍ବାଚନ ଲଢ଼ୁଥିବା ବିଜୟ ତାଙ୍କୁ ବଡ଼ ବ୍ୟବଧାନରେ ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କେବଳ ତ୍ରିଚି ଇଷ୍ଟରୁ ନୁହେଁ ପେରାମ୍ବୁର ଆସନରୁ ମଧ୍ୟ ବିଜୟ ହୋଇଛନ୍ତି ବିଜୟ।ତାମିଲନାଡୁ ୨୦୨୬ ବିଧାନସଭା ନିର୍ବାଚନରେ ବିଜୟ ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। ସେ ଦୁଇଟି ଯାକ ଜିତିଥିଲେ ବି ଏବେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ।
ସେପଟେ ତାମିଲନାଡୁ ରାଜନୀତିରେ ଟିଭିକେ ଏକ ବଡ଼ ଦଳ ହୋଇ ଉଭା ହୋଇଛି। ପ୍ରଥମ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ଟିଭିକେ ୧୦୨ ଆସନଜିତି ନେଇଛି। ଏବେ ବି ଦଳ ୫ଟି ଆସନରେ ଆଗୁଆ ରହିଛି। ଯଦି ଏହି ୫ ଆସନ ଜିତିଯାଏ ତେବେ ଟିଭିକେ ତାମିଲନାଡୁରେ ୧୦୭ ଆସନ ଜିତିଯିବ।