ଭବାନୀପୁରରେ ହାରିଲେ ମମତା ବାନାର୍ଜୀ

0

ଓଡ଼ିଆ ନ୍ୟୁଜ୍: ଭବାନୀପୁରରେ ହାରିଲେ ମମତା ବାନାର୍ଜୀ।ମମତା ବାନାର୍ଜୀଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ।।୧୫ ହଜାରରୁ ଊର୍ଦ୍ଧ୍ବ ଭୋଟରେ ହାରିଲେ ମମତା।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫,୧୧୪ ରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ୧୬ ରାଉଣ୍ଡ ଗଣନା ପରେ,ଭବାନୀପୁର ଆସନରେ ମମତା ବାନାର୍ଜୀ ଶୁଭେନ୍ଦୁଙ୍କ ଠାରୁ ୫୫୪ ଭୋଟରେ ପଛରେ ପଡ଼ିଯାଇଥଲେ। ଆଉ ଚାରି ରାଉଣ୍ଡ ଗଣନା ପରେ ଏବେ ଚିତ୍ର ସ୍ପଷ୍ଟ ହୋଇଛି।

ଭବାନୀପୁରରେ ମମତା ବାନାର୍ଜୀଙ୍କୁ ବଡ଼ ଭୋଟ ବ୍ୟବଧାନରେ ପରାସ୍ତ କରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସମଗ୍ର ହିନ୍ଦୁ ସମ୍ପ୍ରଦାୟ ଧ୍ରୁବୀକରଣ ହୋଇଯାଇଥିଲା। ଯେଉଁଥିପାଇଁ ପଶ୍ଚିମବଙ୍ଗରେ ବିଜେପିର ଏତେ ବଡ଼ ବିଜୟ ସମ୍ଭବ ପୋଇପାରିଛି।

ମିଡିଆକୁ ପ୍ରତିକ୍ରିାୟ ଦେଇ ଶୁଭେନ୍ଦୁ କହିଛନ୍ତି “ଆମେ ଗୋଟିଏ ବି ମୁସଲିମ ଭୋଟ ପାଇଲୁ ନାହିଁ। ଏହି ବିଜୟର ଶ୍ରେୟ ଜନସାଧାରଣଙ୍କୁ ଯାଏ। ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ଜରୁରୀ ଥିଲା। ଏହି ବିଜୟ ବଙ୍ଗଳାର ବିଜୟ। ଏହି ଏକତା ବଙ୍ଗଳାର ବିଜୟ।”

Leave A Reply

Your email address will not be published.