ଗୁଜୁରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍:ଗୁଜୁରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 3 ଦିନିଆ ଗୁଜୁରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ।ଓଡ଼ିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ ଗସ୍ତ କରି ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବେ।

ମେ ୫ ତାରିଖରେ ଅହମ୍ମଦାବାଦରେ ଏକ ବଡ଼ ନିବେଶକ ରୋଡ ଶୋ ଅନୁଷ୍ଠିତ ହେବ। ଏଥି ସହିତ ଅଗ୍ରଣୀ ଉଦ୍ୟୋଗପତିମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ ଏବଂ One-to-One Meeting ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶାରେ ନିବେଶକୁ ତ୍ୱରାନ୍ୱିତ କରିବା ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ ଏବଂ ନିବେଶ ପାଇଁ ଇଣ୍ଟେଣ୍ଟ୍ ଲେଟର ମଧ୍ୟ ଆସିବ।ଏହି ଗସ୍ତରେ ବୟନ ଓ ପୋଷାକ, ରାସାୟନିକ ଓ ପେଟ୍ରୋକେମିକାଲ୍ସ, ମେଟାଲ୍ସ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ଔଷଧ ଓ ମେଡିକାଲ ଉପକରଣ ପରି ଉଚ୍ଚ-ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ।

Leave A Reply

Your email address will not be published.