କାରଖାନାରେ ୩ ଶ୍ରମିକ ମୃତ
ଓଡ଼ିଆ ନ୍ୟୁଜ୍: ସ୍ପଞ୍ଜ ଆଇରନ କାରଖାନାରେ ୩ ଶ୍ରମିକଙ୍କ ମୃତ୍ୟୁ।ନିଶା ଥାନା ଅଞ୍ଚଳରେ ଥିବା ଏକ କାରଖାନାରେ ଅଘଟଣ।ମେସିନ କ୍ଲିନ୍ କରୁଥିବା ସମୟରେ ଘଟଣା ଘଟିଥିବା ସୂଚନା।ହିନ୍ଦୋଳ ମେଡିକାଲ୍ରେ ମୃତ ଘୋଷଣା କଲେ ଡାକ୍ତର।ମୃତକଙ୍କ ପରିଚୟ ମିଳିପାରିନାହିଁ।ଖବର ଅନୁଯାୟୀ, ସୋମବାର ସନ୍ଧ୍ୟାରେ କାରଖାନାରେ ଦୁର୍ଘଟଣା ଘଟିଥିଲା। ବିଳମ୍ବିତ ରାତିରେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। ଉତ୍ତେଜନାକୁ ଏଡାଇବା ପାଇଁ ଗୁରୁତରଙ୍କୁ କଟକ ମେଡିକାଲ ନାଁରେ ହିନ୍ଦୋଳ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା।
ପୋଲିସ ପାଖରେ ମଧ୍ୟ ଖବର ନଥିଲା। ହିନ୍ଦୋଳ ଥାନା ଅଧିକାରୀ ଅନୁଗୋଳ ନିଶା ଥାନା ଅଧିକାରୀଙ୍କୁ ଖବର ଦେଲା ପରେ ଖବର ସାମ୍ନାକୁ ଆସିଛି। ଗତକାଲି ଏହି ଶ୍ରମିକମାନେ ମେଣ୍ଟେନାନ୍ସ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ୩୭ବର୍ଷୀୟ ଶ୍ରୀଧର ବେଗୁନ ଓ ୩୭ବର୍ଷୀୟ ମଣ୍ଟୁ କମାର , ଅନ୍ୟ ଜଣେ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ୪୦ବର୍ଷୀୟ ମଙ୍ଗଳ ମାଝୀ ।