ଓଡ଼ିଆ ନ୍ୟୁଜ୍: ଆସନ୍ତା ୭ରେ ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ନେଇପାରନ୍ତି ଶପଥ। TVK ମୁଖ୍ୟ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା। ଚେନ୍ନାଇର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଉତ୍ସବ। ୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVKକୁ ମିଳିଛି ୧୦୮ ଆସନ।ମ୍ୟାଜିକ ଫିଗର ୧୧୮ ଠାରୁ ୧୦ଟି ଆସନ ପଛରେ ରହିଛି ଟିଭିକ।
ସୂତ୍ର ଅନୁଯାୟୀ, ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ମ ୭ରେ ଶପଥ ନେଇ ପାରନ୍ତି। ତାଙ୍କ ସହିତ ନଅ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରି ପାରନ୍ତି।
ଆଜି ଅନୁଷ୍ଠିତ ବୈଠକରେ ମେଣ୍ଟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ତାମିଲନାଡ଼ୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮ ଦରକାର ଥିବା ବେଳେ ୧୦ଟି ଆସନ ପଛରେ ରହିଛି ଟିଭିକେ। ତେଣୁ ଟିଭିକେ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ ପାଇଁ ପ୍ରୟାସ ଚଳାଇଛି। ଏହି ସବୁ ମଧ୍ୟରେ କଂଗ୍ରେସ ସହ ଅନ୍ୟାନ୍ୟ ଛୋଟ ଛୋଟ ଦଳ ବିଜୟଙ୍କ ପାର୍ଟିକୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।