ଆପାର୍ଟମେଣ୍ଟରେ ନିଆଁ, 3 ଜୀବନ୍ତ ଦଗ୍ଧ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: 3 ଜୀବନ୍ତ ଦଗ୍ଧ। ପ୍ୟାନେଲ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିବା ସୂଚନା। ଜଣେ ସୁରକ୍ଷା କର୍ମୀ ଓ କେୟାର ଟେକରଙ୍କ ଘଟଣାସ୍ଥଳରେ ମୃତ୍ୟୁ। ଚିକିତ୍ସିତ ହେଉଥିବା ନାବାଳିକାର ମୃତ୍ୟୁ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା।

ଖବର ଅନୁଯାୟୀ, ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିଲା । ଶ୍ବାସରୁଦ୍ଧ ହୋଇ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦମ୍ପତ୍ତି ହେଉଛନ୍ତି ବିଶ୍ବଜିତ ବେହେରା ଏବଂ ସୁଲଭ ବେହେରା । ଅଗ୍ନିକାଣ୍ଡରେ ତାଙ୍କ ନାବାଳିକା ନାତୁଣୀ ଗୁରୁତର ଅଛନ୍ତି। ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ଖୋଳତାଡ଼ କରୁଛି। ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନିଶମବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।ସେପଟେ ଅଗ୍ନିକାଣ୍ଡ ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଏହାସହିତ କୋଠା ଭିତରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ ବହୁ ସଂପତ୍ତି ପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.