ତୁମୁଡ଼ିବନ୍ଧରେ ଦେଶୀ ବନ୍ଧୁକ କାରଖାନା ଠାବ

0

ଓଡ଼ିଆ ନ୍ୟୁଜ୍: କନ୍ଧମାଳ ତୁମୁଡ଼ିବନ୍ଧ ଥାନାଞ୍ଚଳରେ ବନ୍ଧୁକ କାରଖାନା ଠାବ; ଜଣେ ଗିରଫ। ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କଲା ପୋଲିସ। ଘଟଣାସ୍ଥଳରୁ ୩ ଦେଶୀ ବନ୍ଧୁକ, ୨ ଲୁହା ବ୍ୟାରେଲ, ୪ ଟ୍ରିଗର ଜବତ। ବିଦ୍ୟୁତ ଡ୍ରିଲ ମେସିନ, କଟର ମେସିନ ଆଦି ଅନ୍ୟାନ୍ୟ ଯନ୍ତ୍ରପାତି ଜବତ।

କନ୍ଧମାଳ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । ଏନେଇ ତୁମୁଡିବନ୍ଧ ପୋଲିସ ଲାବାନ୍ୟ ନଗରଠାରେ ଦେଶୀ ବନ୍ଧୁକ ତିଆରି ଓ ମରାମତି ହେଉଥିବା ଗୁଇନ୍ଦା ବିଭାଗରୁ ଖବର ପାଇଥିଲେ | ଗୁଇନ୍ଦା ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରିଥିଲା | ଚଢ଼ାଉ କରିବା ସ୍ଥାନରୁ ତିନୋଟି ଦେଶୀ ବନ୍ଧୁକ, ଲୁହା କଟା ମେସିନ,ଡ୍ରିଲ ମେସିନ, ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରା ଯାଇଛି।

Leave A Reply

Your email address will not be published.